ନୂଆଦିଲ୍ଲୀ : ଆଇପିଏଲରେ କରୋନାର କଳା ଛାୟା । ଦିଲ୍ଲୀରେ ଖେଳାଯିବ ନାହିଁ ଆଇପିଏଲ । ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ ରଦ୍ଦ କରିଛନ୍ତି । ଆଇପିଏଲ ମ୍ୟାଚକୁ ଏପ୍ରିଲ ୧୫ ତାରିଖ ଯାଏଁ ଘୁୁଞ୍ଚା ଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଉପମୂଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଏହାର ଘୋଷଣା କରିଛନ୍ତି । ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚି ସାରିଲାଣି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୪ ହଜାର । କରୋନାରେ ଏବେ ପର୍ଯ୍ୟନ୍ତ ୫୦୦୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଭାରତରେ ମଧ୍ୟ ଜଣେ ମୃତ୍ୟୁବରଣ କରିଛନ୍ତିି । ଏହାକୁ ନଜରରେ ରଖି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ପରସ୍ପର ଠାରୁ ଦୂରତା ରଖିବାକୁ ପଡିବ ବୋଲି ସିଶୋଦିଆ କହିଛନ୍ତି । ସେଥିପାଇଁ ବଡ ଧରଣର କାର୍ଯ୍ୟକ୍ରମ,ସେମିନାର, ସ୍ପୋର୍ଟସ ଇଭେଣ୍ଟ ଆଦି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ସମାବେଶରୁ ଦୁରେଇ ରହିବା ପାଇଁ ନିଜେ ସତର୍କ ରହିବାକୁ ମଧ୍ୟ କହିଛନ୍ତି । ଏହାକୁ କଡାକଡି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଏସଡିଏମକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଉପସ୍ଥିତ ଥିଲେ ।