ମହାରାଷ୍ଟ୍ର ନାଗପୁରରେ ଆସନ୍ତା 15 ରୁ 21 ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ବଢୁଥିବାରୁ ନାଗପୁରରେ ସପ୍ତାହେ ପାଇଁ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ସମୟ ଭିତରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ମାର୍ଚ୍ଚମାସରେ କରୋନା ସଂକ୍ରମଣ ତୀବ୍ରବେଗରେ ବଢୁଥିବା ବେଳେ ମାର୍ଚ୍ଚ 15 ତାରିଖରେ ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଥିଲା । କରୋନା ସଂକ୍ରମଣର ବର୍ଷେ ପୁରୁଥିବା ବେଳେ ଓଡିଶାରେ ଯଦିଓ ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି, ତଥାପି ନାଗପୁର ଭଳି ସହରରେ କରୋନାର ନୂଆ ଭୂତାଣୁକୁ ନେଇ ସମସ୍ତେ ସଚେତନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here