ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ବଳାତ୍କାର ପୀଡିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବିଧାୟକ କୁଲଦୀପ ସେନଗରଙ୍କୁ ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣୀ କରି୧୦ବର୍ଷ ଜେଲ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସୂଚନାଥାଉକି ୨୦୧୭ରେ ପିଡିତାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିଲା । ସେତେବେଳେ ସେ ନାବାଳିକା ଥିଲେ । କୋର୍ଟ ଗତବର୍ଷ ଡିସେମ୍ବର୨୦ରେ ଏହି ମାମଲାର ଶୁଣାଣୀ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେ ଏବେ ଉନ୍ନାଓ ଦୁର୍ଷମ ମାମଲାରେ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । କୁଲଦୀପ ସେନଗରଙ୍କ ଭାଇ ଓ କିଛି ସହଯୋଗୀ ପୀଡିତାଙ୍କ ବାପାଙ୍କୁ ନିସ୍ତୁକ ମାଡ ମାରିବା ସହିତ ତାଙ୍କ ନାମରେ ମିଛ ମାମଲା ରୁଜୁ କରି ତାଙ୍କୁ ଜେଲରେ ରଖିିଥିଲେ । ଏପ୍ରିଲ୨୦୧୮ରେ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଅପରାଧିକ ଷଡଯନ୍ତ୍ର (୧୨୦ବି) ଅନୁଯାୟୀ ସେନଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।ଏହି ମାମଲାରେ ସେନଗରଙ୍କ ଭାଇକୁ ବି ଦୋଷୀ ସାବ୍ୟସ୍ତ କରାଯାଇଛି । ସେନଗରଙ୍କୁ ବିଜେପି ମଧ୍ୟ ଅଗଷ୍ଟ୨୦୧୯ରେ ଦଳରୁ ବହିଷୃତ କରିଥିଲା । ତେବେ କୁଲଦୀପ ସେନଗର ଜଣେ କ୍ଷମତାଶୀଳ ବ୍ୟକ୍ତି ହୋଇଥିବାବେଳେ ପୀଡିତା ତାଙ୍କ ବିରୋଧରେ ଲଢୁଥିବାରୁ ସୁପ୍ରିମକୋର୍ଟର ବିଚାରପତି ସେନଗରଙ୍କୁ ଦୋଷୀ ସାବ୍ୟସ୍ତ ବେଳେ ଉନ୍ନାଓ ପୀଡିତାଙ୍କୁ ପ୍ରଂଶସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here