ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ହୃଦଘାତରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ । ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତବର୍ଷ ବିଗବସର ସିଜିନ୍ ୧୩ରେ ବିଜେତା ହୋଇଥିଲେ ସିଦ୍ଧାର୍ଥ । ଏକାଧିକ ଟେଲିଭିଜନ ସୋ’, ରିଅଲିଟି ପୋଗ୍ରାମ ଏବଂ ହିନ୍ଦି ଫିଲ୍ମରେ ସିଦ୍ଧାର୍ଥ ଅଭିନୟ କରିଥିଲେ । ଏବଂ ଲୋକଙ୍କ ଭଲ ପାଇବା ସାଉଁଟିଥିଲେ । ବାଲିକାବଧୂରୁ ଟିଭି ପରଦାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ।

LEAVE A REPLY

Please enter your comment!
Please enter your name here