ଦେଶରେ ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓଡିଶାରେ ବିଜେଡି ସରକାରର କାର୍ଯ୍ୟକାଳ 2019 ଜୁନରେ ଶେଷ ହେଉଥିବା ବେଳେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଏକାଠି କରିବାକୁ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019 ଜୁନ 3ରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଅପ୍ରେଲ-ମେ ମାସରେ ସ୍ବାଭାବିକ ଭାବେ ନିର୍ବାଚନ ହେବା କଥା । ତେବେ ଆଗପଛ ହୋଇ କିଛି ରାଜ୍ୟରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଲୋକସଭା ସହ ଏସମସ୍ତ ରାଜ୍ୟର ନିର୍ବାଚନ ଏକାଠି କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଅଧିକାଁଶ ରାଜ୍ୟ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଛନ୍ତି । 2018 ଡିସେମ୍ବରରେ ମିଜୋରାମ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ 2019 ଜାନୁଆରୀରେ ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ସରକାରଙ୍କ କାର୍ଯ୍ୟକାଳ ସରୁଛି । ସେହିପରି 2019 ମେ ରେ ସିକିମ ଏବଂ ଜୁନରେ ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅବଧି ଶେଷ ହେଉଛି । ହରିୟାଣା ଓ ମହାରାଷ୍ଟ୍ରରେ ସରକାରଙ୍କ ଅବଧି 2019 ନଭେମ୍ବରରେ ଶେଷ ହେଉଛି । ତେଣୁ ଏସବୁ ରାଜ୍ୟ ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବାକୁ ଆପାତତଃ ସ୍ଥିର ହୋଇଛି । 2019 ଜାନୁଆରୀରୁ ଜୁନ ମଧ୍ୟରେ କାର୍ଯ୍ୟକାଳ ସରୁଥିବା ରାଜ୍ୟଗୁଡିକୁ ସମ୍ଭବତଃ ଏକାଠି କରାଯିବାର ସମ୍ଭାବନା ରହିଛି । ଯଦି ଏହା ହୁଏ ତେବେ ଆସନ୍ତା ନଭେମ୍ବର ମାସରେ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ଓଡିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଏକସମୟରେ ନିର୍ବାଚନ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here