ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡାରେ ଆଜିଠୁ ଆରମ୍ଭ ହେଉଛି ସ୍ପାଇସଜେଟ ଉଡାଣ. ଦେଶର ତିନୋଟି ସହରକୁ ଏହି ଉଡାଣ ସଂଯୋଗ କରିବ. ଝାରସୁଗୁଡାରୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ଏହା ଉଡାଣ କରିବ. 189 ସଂଖ୍ୟା ସିଟ ବିଶିଷ୍ଟ ସ୍ପାଇସ ଜେଟ 3.40 ରେ ଦିଲ୍ଲୀକୁ ଉଡାଣ ଭରିବ. ପରେ 78 ଟି ସିଟ ବିଶିଷ୍ଟ ସ୍ପାଇସ୍ ଜେଟ କ୍ୟୁ-400 ମଡେଲର ଦୁଇଟି ବିମାନ ହାଇଦ୍ରାବାଦ ଓ କୋଲକାତାକୁ ଉଡାଣ ଭରିବ. ଦ୍ୱିତୀୟ ବିମାନଟି ହାଇଦ୍ରାବାଦ ପାଇଁ ଅପରାହ୍ନ 4ଟା10ରେ ଝାରସୁଗୁଡା ଛାଡିବାକୁ ଥିବା ବେଳେ ତୃତୀୟ ବିମାନଟି କୋଲକାତା ପାଇଁ ରାତି 8ଟା40ରେ ଉଡାଣ ଭରିବ. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ ବର୍ଷ ସେପ୍ଟେମ୍ବର 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିଥିଲେ ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପରେ ଏହା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ରୂପେ ପରିଚିତ.

LEAVE A REPLY

Please enter your comment!
Please enter your name here