ଆଜିଠୁ କରିହେବ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ବୁକିଂ । ପରିବହନ ବିଭାଗ ପକ୍ଷରୁ ଏହି ଅନଲାଇନ୍ ସେବା ଆରମ୍ଭ ହୋଇଛି । siam.in ୱେବସାଇଟରେ ଲଗ ଇନ୍ କରି ନମ୍ବର ପ୍ଲେଟ ବୁକିଂ କରିପାରିବେ । ୨୦୧୯ ମସିହା ପୂର୍ବରୁ ପଞ୍ଜିକୃତ ଗାଡିରେ ପୁରୁଣା ନମ୍ବର ପ୍ଲେଟ ବଦଳରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ପାଇଁ ବୁକିଂ ଆରମ୍ଭ ହେବ । ଏଥିପାଇଁ ସୋସାଇଟି ଅଫ ଇଣ୍ଡିଆ ଅଟୋ ମୋବାଇଲ ମ୍ୟାନୁଫାକଚର ବା ( siam) ପକ୍ଷରୁ ୱେବ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ଗାଡିର ସମସ୍ତ ସୂଚନା ଦିଆଯିବାପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିବେ । ଗାଡି ନିର୍ମାତା କମ୍ପାନୀ ଗୁଡିକଙ୍କ ଅନୁସାରେ ବିଭିନ୍ନ ଗାଡିର ନମ୍ବର ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ବାଇକ ଚାଳକଙ୍କ ପାଇଁ ୩୨୦ ଟଙ୍କାରୁ ୩୮୦ ଟଙ୍କା , ଅଟୋ ପାଇଁ ୩୫୦ରୁ ୪୫୦ ଟଙ୍କା । ଚାରି ଚକିଆ ଯାନ ପାଇଁ ୫୯୦ରୁ ୭୦୦ ଟଙ୍କା, ଭାରି ଯାନ ପାଇଁ ୬୦୦ରୁ ୮୦୦ ଟଙ୍କା । ଏଥିସହ ନିର୍ଦ୍ଧାରିତ ମୂଲ୍ୟର ୧୮ ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here