କଟକ ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ମୃତ୍ୟୁ । ଟାଙ୍ଗୀ ନିକଟରେ ଟ୍ରକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଶବ ପ୍ରଫ୍‌ୁଲ୍ଲର କି ନୁହେଁ ତାହା ସ୍ପଷ୍ଟ ହୋଇନି । ପୋଲିସ କି ପରିବାର ପକ୍ଷରୁ କୌଣସି ସୂଚନା ମଧ୍ୟ ମିଳିପାରିନି । ମାହାଙ୍ଗା ଡବଲ ମର୍ଡର ଘଟଣା ପରଠୁ ପ୍ରଫୁଲ୍ଲ ଫେରାର ଥିଲା ।
ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ନିଜର ଘରକୁ ଫେରୁଥିବାବେଳେ କଟକ ସାଲେପୁର ଜଙ୍କୋଟି ଗାଁ ପାଖରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁହେଁ ବାଇକରୁ ପଡିଯିବା ପରେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଏବଂ ମୁହଁକୁ ହାଣି ପକାଇଥିଲେ ଅଭିଯୁକ୍ତ । ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରତ୍ତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here