ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା ଭାଇରସ । ଆଜିକୁ ବର୍ଷେ ହେବ ଲୋକଙ୍କ ମନରେ ଯେଉଁ ଭୟ ପସିଥିଲା ଆଜି ବି ସେଇ ଭୟ ସଞ୍ଚାର କଲାଣି । ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭ୍ ବି ବଢିବା ଆରମ୍ଭ କଲାଣି । ଆଜି ନୂଆ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୯୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୭୧ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ସର୍ବାଧିକ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୨୨, ଖୋର୍ଦ୍ଧା ଏବଂ କଟକରୁ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି, ମୟୂରଭଞ୍ଜରୁ ୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର, ଝାରସୁଗୁଡା, ସମ୍ବଲପୁରରୁ ୭ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, ଯାଜପୁରରୁ ୫, ପୁରୀରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଓଗଡରୁ ୩, ଅନୁଗୁଳ, ବରଗଡ, କେନ୍ଦୁଝର, କୋରାପୁଟ, ରାୟଗଡାରୁ ୨ ଲେଖାଏଁ ପଜିଟିଭ୍ ଚିହ୍ନଟ । ସେହିପରି ଭଦ୍ରକ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡା, ସୋନପୁରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here