‘କଥା ନମାନିଲେ ମୋଟୁ ପଠାଇଦେବି’ ।
‘ହଁ ଆଜ୍ଞା, ମତେ ମୋଟୁ ପଠାଇ ଦିଅନ୍ତୁ । ମୁଁ ସେଠିକି ପଳାଇବି ।’
ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ୍ ଅଡିଓକୁ ନେଇ ବିଧାନସଭା ଆଜି ସରଗରମ ହୋଇଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳ ବିଧାୟକ କେମିତି ପୋଲିସ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ବୋଲି ଏବଂ କଥା ନ ମାନିଲେ ମୋଟୁ ବଦଳି କରିଦେବି ବୋଲି କହୁଥିବା ବିଷୟ ଉପସ୍ଥାପନ କରିଥିଲେ । ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିବା ଏହି ଭାଇରାଲ ଭିଡିଓରେ ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ ଧମକ ଦେଉଥିବାର ଅଡିଓ ରହିଛି । ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇ ଶାସକ ଦଳ ବିଧାୟକଙ୍କ ଶାଳୀନତା ରକ୍ଷା କରିବାକୁ ପରାମର୍ଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ବିରୋଧୀ ଦଳ ଦାବି କରିଥିଲେ । ଅନ୍ୟପକ୍ଷରେ ବିଧାୟକ ବ୍ୟୋମକେଶ ସେ ଇନିସପେକ୍ଟରଙ୍କୁ ଫୋନ୍ କରିଥିଲେ ବୋଲି ସ୍ବୀକାର କରିଥିଲେ ହେଁ ତାଙ୍କ ବାର୍ତ୍ତଳାପକୁ ସୋସିଆଲ ମିଡିଆରେ ବିଭ୍ରାନ୍ତ କରାଯାଇଥିବା ସେ କହିଥିଲେ । ବାଚସ୍ପତି ଅନୁମତି ଦେଲେ ସେ ଗୃହରେ ଅଡିଓ ଉପସ୍ଥାପନ କରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here