ଆଜି ସଂନ୍ଧ୍ୟା ୬ଟା ସୁଦ୍ଧା ସୁଧୁରିବ ୟେସ ବ୍ୟାଙ୍କ ସ୍ଥିତି । ଏ ନେଇ ସୂଚନା ଦେଇଛନ୍ତି ୟେସ ବ୍ୟାଙ୍କର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର । ସେ କହିଛନ୍ତି ବ୍ୟାଙ୍କର ନଗଦ ସମସ୍ୟା ଏବେ ନାହିଁ । ବ୍ୟାଙ୍କର ସବୁ ଶାଖା ଏବଂ ଏଟିଏମ ଗୁଡିକରେ ଯଥେଷ୍ଟ ପରିମାଣର ଅର୍ଥ ମହଜୁଦ ରହିଛି । ଗ୍ରାହକ ଓ ଜମାକାରୀ ଚିନ୍ତିତ ହୁଅନ୍ତୁ ନାହିଁ । ଜମାକାରୀଙ୍କ ଟଙ୍କା ପୁର୍ବପରି ବ୍ୟାଙ୍କରେ ସୁରକ୍ଷିତ ରହିଛି ଏବଂ ଆଜି ସଂନ୍ଧ୍ୟାରୁ ଅନୁରୂପ ସେବା ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ପୁର୍ବରୁ ଟଙ୍କା ଉଠାଣ ଉପରେ ଯେଉଁ କଟକଣା ଲାଗିଥିଲା ଆଜି ସଂନ୍ଧ୍ୟା ସୁଧା ହଟାଯିବ । ଦେଶରେ ଥିିବା ୟେସ ବ୍ୟାଙ୍କର ୧ହଜାର୧୩୨ଟି ଶାଖା ମାର୍ଚ୍ଚ୧୯ତାରିଖରୁ ପୂର୍ଣ୍ଣ ଭାବେ ସେବା ଯୋଗାଇ ଦେବ । କେନ୍ଦ୍ରସରକାର ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୟେସ ବ୍ୟାଙ୍କକୁ ସୁଧାରିବା ପାଇଁ ସହେଯାଗର ହାତ ବଢାଇବା ପରେ ଏହା ସମ୍ଭବ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here