ଭାରତରେ କାୟା ବିସ୍ତାର କଲାଣି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ରେ ଛୁଇଁଛି । ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାପି ଚାଲିଛି ଓମିକ୍ରନ । ଦିଲ୍ଲୀରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଛୁଇଁଛି । ମହାରାଷ୍ଟ୍ରରେ ୫୪, ତେଲେଙ୍ଗାନାରୁ ୨୪, କର୍ଣ୍ଣାଟକ-୧୯, ରାଜସ୍ଥାନ-୧୮, କେରଳ-୧୫, ଗୁଜରାଟ-୧୪, ଓଡିଶାରୁ ୨ ଜଣ ଓମିକ୍ରନ ପଜିଟିଭ ବାହାରିଛନ୍ତି । ୯୦ ଜଣ ଆକ୍ରାନ୍ତ ଓମିକ୍ରନରୁ ସୁସ୍ଥ ହୋଇଥିବା କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୩୧୭ ଟି ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି । ସଙ୍କ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କୋଭିଡ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିବେ ।

LEAVE A REPLY

Please enter your comment!
Please enter your name here