କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ମାର୍ଚ୍ଚ ୩୧ ମଧ୍ୟରେ ନକ୍ସଲମାନଙ୍କୁ ହିଂସା ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ। ନକ୍ସଲ ନିପାତ ପାଇଁ ଦିଆଯାଇଥିବା ଡେଡଲାଇନ୍ ଆଜି ସମାପ୍ତ ହୋଇଛି। ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀଙ୍କ ଅଭିଯାନରେ ବହୁ ଟପ୍ ମାଓବାଦୀ ନେତା ନିହତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ୯ ଜଣ ମାଓବାଦୀ ସକ୍ରିୟ ଥିବା ସୂଚନା ମିଳିଛି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀଙ୍କ ତରଫରୁ ଜୋରଦାର ଅଭିଯାନ ଚାଲିଛି।ପୋଲିସ ପକ୍ଷରୁ ଆଉଥରେ ଆହ୍ୱାନ ଦିଆଯାଇଛି ଯେ, ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦିଅନ୍ତୁ। ଏଥିପାଇଁ ସରକାର ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ସତର୍କ କରାଇଛନ୍ତି।












