ଆବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ । ଫଳରେ ଭୟଙ୍କର ବିସ୍ଫୋରଣ ହେବା ସହ ତିନୋଟି ତେଲ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଛି । ଆକ୍ରମଣଜନିତ କ୍ଷୟକ୍ଷତି ଯଦିଓ ଜଣାପଡିନି, ତେବେ ଡ୍ରୋନ ଆକ୍ରମଣଜନିତ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଇରାନ ସମର୍ଥିତ ଇହୁଦି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି କୁହାଯାଉଛି । ପୂର୍ବରୁ 2019ରେ ମଧ୍ୟ ଏଭଳି ଆକ୍ରମଣ ହୋଇଥିଲା ଏବଂ ୟେମେନରେ ଥିବା ଇରାନ ସମର୍ଥିତ ଇହୁଦୀ ବିଦ୍ରୋହୀ ଗୋଷ୍ଟୀ ପକ୍ଷରୁ ଦାବି କରାଯାଇଥିଲା ।

ଆଜି ହୋଇଥିବା ଆକ୍ରମଣ ୟୁଏଇର ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥାନରେ ହୋଇଛି ଏବଂ ଏୟାରପୋର୍ଟ ନିକଟରେ ଥିବା ତିନୋଟି ତେଲ ବୋଝେଇ ଟ୍ୟାଙ୍କର ଡ୍ରୋନ ଆକ୍ରମଣରେ ସଂପୂର୍ଣ୍ଣ ଜଳିଯାଇଛି । ୨୦୧୫ରୁ ୟୁଏଇ ଓ ୟେମେନ ମଧ୍ୟରେ ଏଭଳି ଯୁଦ୍ଧ ଚାଲିଛି ।

LEAVE A REPLY

Please enter your comment!
Please enter your name here