‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 6ଟି ଜିଲ୍ଲାର 6 ଟି ବ୍ଲକ ଅଧିନରେ ଥିବା 122 ଟି ଗ୍ରାମ ପଞ୍ଚାୟତର 1,077 ଟି ପ୍ରକଳ୍ପ ଉଦ୍ଦେଶ୍ୟରେ 28.95 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କଳାହାଣ୍ଡି, ଗଞ୍ଜାମ, ସୋନପୁର, ଭଦ୍ରକ, ଗଜପତି ଓ କଟକ ଜିଲ୍ଲା ପାଇଁ ମଞ୍ଜୁର ହୋଇଛି ଏହି ଅର୍ଥ.

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅଧିନସ୍ଥ 23 ଟି ଗ୍ରାମ ପଞ୍ଚାୟତର 123ଟି ପ୍ରକଳ୍ପ ପାଇଁ 5.75 କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ରେ ଥିବା 25 ଟି ଗ୍ରାମ ପଞ୍ଚାୟତର 178 ଟି ପ୍ରକଳ୍ପ ପାଇଁ 6.15 କୋଟି ଟଙ୍କା, କଟକ ଜିଲ୍ଲାର ବାରଙ୍ଗ ବ୍ଲକର 16 ଟି ଗ୍ରାମ ପଞ୍ଚାୟତର  238 ଟି ପ୍ରକଳ୍ପ ପାଇଁ 4.35 କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି.

ଏହାବ୍ୟତୀତ ଗଜପତି ଜିଲ୍ଲାର 169 ପ୍ରକଳ୍ପ ପାଇଁ 4.75 କୋଟି,ସୋନପୁର ଜିଲ୍ଲାର 117 ଟି ପ୍ରକଳ୍ପ ପାଇଁ 3.55 କୋଟି ଅର୍ଥରାଶି ପ୍ରଦାନ କରାଯାଇଛି.

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗ୍ରାମବାସୀ, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ,କର୍ମଚାରୀମାନଙ୍କ ସହ ସିଧାସଳଖ ଭିଡିଓ କଲିଂ ମାଧ୍ୟମରେ ଆଲୋଚନା କରିଥିଲେ.

 

LEAVE A REPLY

Please enter your comment!
Please enter your name here