ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ରାଜ୍ୟରେ କୃଷି ସମସ୍ୟା ନେଇ ଏହି ବନ୍ଦ ଡାକରା ଦିଆଯାଇଛି. ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଡାକରା ଦିଆଯାଇଛି. ତେବେ ଧାନ କ୍ୱିଣ୍ଟାଲ ପିଛା 2930 ଟଙ୍କା ଓ ପ୍ରତ୍ୟେକ ଚାଷୀଙ୍କୁ 20 ବର୍ଷ ବୟସରୁ 5 ହଜାର ଟଙ୍କା ସୁରକ୍ଷା ଭତ୍ତା ପାଇଁ ଦାବି କରିଛି ସଂଗଠନ. ବନ୍ଦ ଡାକରାରୁ କୌଣସୀ ପରିସ୍ଥିତିରେ ସଂଘ ଓହରିବନି. ସରକାରଙ୍କ କିଛି ବି ଧମକ କାଟୁ କରିବନି. ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର. ବନ୍ଦହେଲେ ମାଟ୍ରିକ ପରୀକ୍ଷା କିଛି ପ୍ରଭାବିତ ହେବନାହିଁ ବୋଲି ସେ କହିଛନ୍ତି. ଏହି ବନ୍ଦ ଡାକରାକୁ ବ୍ୟବସାୟୀ ସଂଘ, ବିଭିନ୍ନ ଶିକ୍ଷାନୁଷ୍ଠାନ, ବାର୍ ଆମୋସିଏସନ ସମର୍ଥନ କରିବାକୁ ସଂଘ ନିବେଦନ କରିଛି. ଅନ୍ୟପଟେ ଏହି ବନ୍ଦ ଡାକରାକୁ ବିଜେପି ଏବଂ କଂଗ୍ରେସ ସମର୍ଥନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here