ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ଗୋଟିଏ ସିଟିଂରେ ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ । ଆସନ୍ତାକାଲିରୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ପତ୍ର ନୋଡାଲ୍ ସେଣ୍ଟର୍ କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ନୋଡାଲ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ଲାଇଭ୍ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ପ୍ରଶ୍ନ ପତ୍ର ଗାଡ଼ି କେଉଁ ମାର୍ଗ ଦେଇ ଯିବ ତାହା ମଧ୍ୟ ସ୍ଥିର କରାଯାଇଛି । ପ୍ରତି ଗାଡ଼ିରେ ବୋର୍ଡର କର୍ମଚାରୀ ମଧ୍ୟ ଉପସ୍ଥିତ ରହିବେ । ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ ଓ ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ । କପି ରୋକିବାକୁ ପ୍ରତି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାରେ ୱାଟର୍ ମାର୍କ ଓ କ୍ୟୁଆର୍ କୋଡ୍ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here