କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଉଥିବା ବେଳେ କିଏ ବାଦ ପଡିବେ, କିଏ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ପ୍ରତାପ ଷଡଙ୍ଗୀ । ଏମଏସଏମଇ ଓ ପଶୁସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରତାପ ଷଡଙ୍ଗୀ ଇସ୍ତଫା ଦେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି । ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦ୍ବିତୀୟ ପାଳି ଟିମରେ ସାମିଲ କରିଥିଲେ । ତେବେ ପ୍ରତାପ ଷଡଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପରେ ତାଙ୍କର ଜୀବନଚର୍ଯ୍ୟାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଜାତୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚିତ ବ୍ୟକ୍ତିତ୍ବ ହୋଇଯାଇଥିଲେ ପ୍ରତାପ ଷଡଙ୍ଗୀ । ଓଡିଶାରୁ ଆଉ ଦୁଇ ସାଂସଦଙ୍କୁ ମୋଦି ମନ୍ତ୍ରୀମଣ୍ଡଳରେ ସାମିଲ କରୁଥିବା ବେଳେ କିଛି ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇସ୍ତଫା ଦେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here