ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ଅଫେରା ଦୁନିଆରେ । ଇହଧାମକୁ ବିଦାୟ ଦେଇ ସେ ଚାଲିଯାଇଛନ୍ତି ଆର ପାରିକୁ । ଗତକାଲି ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ଆଜି ନୂଆଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରି ଜେଟଲୀଙ୍କ ଶେଷକୃତ୍ୟରେ ଯୋଗଦେବାର ସମ୍ଭାବନା ରହିଛି । ଜେଟଲୀଙ୍କ ବିୟୋଗ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ସ୍ୱରାଷ୍ଟ୍ରମନ୍ତ୍ରୀ,ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ଦଳର ମୁଖ୍ୟାଳୟକୁ ନିଆଯାଇ ସେଠାରେ ଦଳୀୟ କର୍ମୀ ଓ ନେତାମାନେ ଜେଟଲୀଙ୍କ ଶେଷ ଦର୍ଶନ କରିବେ । ଏହାପରେ ତାଙ୍କର ଅନ୍ତିମ ଶୋଭାଯାତ୍ରା ବାହାରିବ ନିଗମବୋଧ ଘାଟକୁ । ଏହାପରେ ପଞ୍ଚଭୂତରେ ବିଲୀନ ହୋଇଯିବେ ଜେଟଲୀ ।

LEAVE A REPLY

Please enter your comment!
Please enter your name here