ଲଗାତର ୬ଷ୍ଠ ଥର ପାଇଁ ସୁଧ ହାର ବଢାଇଛି RBI.. ୨୫ ବେସିସ ପଏଣ୍ଟ ବଢିଲା ରେପୋ ରେଟ୍ । ରେପୋ ରେଟ୍ ହୋଇଛି ୬ ଦଶମିକ ୫ ପ୍ରତିଶତ । ଲଗାତାର ୬ ଥର ଲାଗି ବଢାଇଛନ୍ତି ରିଜର୍ଭ ବ୍ୟାଙ୍କ୍ । ଗତ ମେ ମାସ ପରଠାରୁ ବର୍ତ୍ତମାନ ସୁଦ୍ଧା ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଗଲାଣି । ଆରବିଆଇର ୩ ସଦସ୍ୟ ଓ ଅନ୍ୟ ୩ ଜଣ ବାହ୍ୟ ସଦସ୍ୟଙ୍କୁ ନେଇ ଗଠିତ କମିଟି ଏହି ନିର୍ଦ୍ଧାରଣ କରିଛନ୍ତି । ଦରଦାମ୍ ନିୟନ୍ତ୍ରଣ କରିବାକୁ ଆଗକୁ ମଧ୍ୟ ବଢିପାରେ ରେପୋ ରେଟ୍.. ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଆଦାନୀ ଷ୍ଟକ ଝଡ଼ ସତ୍ତ୍ବେ ବ୍ୟାଙ୍କ କ୍ଷେତ୍ର ସ୍ଥିର ରହିଛି । ଗତ ଫେବ୍ରୁଆରୀ ୧ରେ ବଜେଟ ଆଗତ ପରଠାରୁ ୨୫ ବେସିସ ପଏଣ୍ଟ ବଢ଼ାଇବା ନେଇ ବିଭିନ୍ନ ମହଲ ପକ୍ଷରୁ ଆକଳନ କରାଯାଉଥିଲା । ଗତ ବର୍ଷ ନଭେମ୍ବରରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୮୮ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହି ହାର ରହିଥିଲା ୫ ଦଶମିକ ୭୨ ପ୍ରତିଶତ ।

LEAVE A REPLY

Please enter your comment!
Please enter your name here