ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିିଛି ପଜିଟିଭ୍ ସଂଖ୍ୟା । ଗୋଟିଏ ଦିନରେ ୬ ହଜାର ଡେଇଁଛି କରୋନା ସଙ୍କ୍ରମଣ । ୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଏବଂ ରାୟଗଡାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏପଟେ କଳାହାଣ୍ଡି, କନ୍ଧମାଳ, ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତକ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୬୧୬୪ ନୂଆ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ରହିଛନ୍ତି ୩୫୭୫, ଲୋକାଲ କେସ୍ ରହିଛି ୨୫୮୯ । ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡାରୁ ୪୬୮ ଆକ୍ରାନ୍ତ, କଳାହାଣ୍ଡିରୁ୪୫୨, ସୁନ୍ଦରଗଡରୁ ୪୨୭, କଟକରୁ ୩୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା-୩୫୫, ଷ୍ଟେଟ୍‌ପୁଲ-୨୪୧, ବରଗଡ-୨୩୬, ସମ୍ବଲପୁରରେ-୨୨୯ ଏବଂ ବଲାଙ୍ଗୀରରୁ ୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here