ଇଲିଶି ମାଛରେ ଭର୍ତ୍ତି ପାରାଦୀପ ମୁହାଣ । ସୁଆଦିଆ ମାଛ ଖାଇବାକୁ ଲୋକଙ୍କ ଲମ୍ବା ଲାଇନ୍ । ବନ୍ଦରନଗରୀରେ ଇଲିଶି ମାଛ କିଣିବାକୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ ଲାଗିଛି । ଅଦିନରେ ଦାମୀ ଇଲିଶି ମିଳୁଥିବାରୁ ମନ ଖୁସିରେ ଲୋକେ ଯୋଡା ଯୋଡା କରି କିଣିନେଉଛନ୍ତି । ଶନିବାର ସକାଳୁ ପାରାଦୀପର ବାଲି ପ୍ଲଟ ମୁହାଣରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ମାଛ ଧରିବାକୁ ସମୂଦ୍ରକୁ ଯାଇଥିଲେ ମତ୍ସଜୀବି । ଜାଲ ବସାଇଥିବାବେଳେ ଈଲିଶୀ ମାଛର ଭେଳି ଜାଲରେ ଲାଗିଥିଲେ । ପ୍ରାୟ ୧୮ ଟନରୁ ଅଧିକ ମାଛ ଲାଗିଥିବାବେଳେ ଏହାକୁ କିଲୋପ୍ରତି ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରୀ କରି ବୋଟ୍ ମାଲିକ ଲାଭବାନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here