ଏଣିକି ଅଫିସ ୧୦ଟାରୁ ସାଢେ ୫ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହିବ। ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀମାନେ ଏଣିକି ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ବାଧ୍ୟ ହେବେ। ମଧ୍ୟାହ୍ନ ଭୋଜନ ନିମନ୍ତେ ସାଢ଼େ ୧.୩୦ରୁ ୨ଟା ପର୍ଯ୍ୟନ୍ତ ମାତ୍ର ୩୦ମିନିଟର ‘ଲଞ୍ଚ ବ୍ରେକ୍’ ମିଳିବ। ପ୍ରତିମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ୧୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଶାସନିକ କାର୍ୟ୍ୟରେ ଫାଇଭ୍ ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ)କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର କିମ୍ବା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ। ରାଜ୍ୟର ବିକାଶ କ୍ଷେତ୍ରରେ ସେମାନେ ନିଜ ନିଜର ଅଭିନବ ଚିନ୍ତାଧାରା ମଧ୍ୟ ଉପସ୍ଥାପନ କରିପାରିବେ। ସୁଚନାଅନୁସାରେ, ଏବେ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହୁଥିବାବେଳେ ସମସ୍ତ ସରକାରୀ ଅଫିସର ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ରହିଥିଲା। ମଧ୍ୟାହ୍ନ ଭୋଜନ ପାଇଁ ଏକଘଣ୍ଟାର ସମୟ ମିଳୁଥିଲା।