ଗୁଣି ଗାରେଡି ଓ ଦେଶୀ ଚିକିତ୍ସାରେ ବିଶ୍ୱାସ କରୁଥିବା ଲୋକଙ୍କୁ ମେଡିକାଲ ମୁହାଁ କରିବାକୁ ଡାକ୍ତରଙ୍କ ପ୍ରୟାସ । ମେଡିକାଲ ଯିବାକୁ ଅମଙ୍ଗ ହେଉଥିବା ଭର୍ଗବତୀଙ୍କୁ ବୁଝାଇ ନିଜେ ଡାକ୍ତର ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବାଲିଗୁଡା ଗାଁରେ । ରାଧା ପେଦା ନାମକ ଜଣେ ଗର୍ଭବତୀଙ୍କ ଡାକ୍ତରୀ ଚିକିତ୍ସା ଉପରେ ଆଦୌଂ ଭରସା ନଥିଲା । ସେଥିପାଇଁ ଅଶାକର୍ମୀ ଯେତେ ବୁଝାସୁଝା କରିବା ପରେ ବି ପ୍ରସବ କରାଇବାକୁ ସେ ଡାକ୍ତରଖାନା ଯିବାକୁ ସେ ରାଜି ନଥିଲେ । ତେଣୁ ଡାକ୍ତର ନିଜେ ବାଧ୍ୟ ହୋଇ ମାଥିଲି ଡାକ୍ତର ରାଧାକୁ ବୁଝାଇବା ପାଇଁ ଆଗେଇ ଆସିଥିଲେ । ଡାକ୍ତର ଅମିୟ କୁମାର ସ୍ୱାଇଁ ରାଧାଙ୍କ ଘରକୁ ଯାଇ ତାଙ୍କୁ ବୁଝାସୁଝା କରିବା ସହ ମାଥିଲି ମେଡିକାଲରେ ଭର୍ତ୍ତି କରାଇଥିଲେ । ଡାକ୍ତରଙ୍କ ଏହି ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here