ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବ୍ୟାପୀ ଏସଆଇଆର୍ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଭୋଟର ତାଲିକାର ଏସଆଇଆର ଦ୍ବିତୀୟ ପର୍ଯ୍ୟାୟ ୧୨ଟି ରାଜ୍ୟରେ ଆରମ୍ଭ ହେବ ଏବଂ ଏହି ପର୍ଯ୍ୟାୟରେ ତାଲିକା ଅପଡେଟ୍, ନୂତନ ଭୋଟର ଯୋଡିବା ଏବଂ ତ୍ରୁଟି ସଂଶୋଧନ ହେବ। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି, “ଦେଶର ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଜଣାଇଛନ୍ତି ଯେ, ଯେଉଁ ୧୨ଟି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟର ଏସଆଇଆର ହେବ, ସେଠାରେ ଆଜି ରାତିରୁ ଭୋଟର ତାଲିକା ଫ୍ରିଜ୍‌ କରାଯିବ। ସେ କହିଛନ୍ତି, ଏସଆଇଆର ପ୍ରକ୍ରିୟା ଏଥିପାଇଁ ଆବଶ୍ୟକ ଅଛି କାରଣ ବାରମ୍ବାର ସ୍ଥାନାନ୍ତର, ଯାହା ଫଳରେ ଭୋଟରମାନେ ଏକାଧିକ ସ୍ଥାନରେ ପଞ୍ଜୀକୃତ ହୁଅନ୍ତି, ମୃତ ଭୋଟରଙ୍କ ନାମ ବାଦ ନଦେବା ଏବଂ ତାଲିକାରେ ବିଦେଶୀଙ୍କ ନାମ ଯୋଡ଼ାଯିବା ଭଳି ସମସ୍ୟା ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here