ସେ ମା’, ଜନନୀ, ଭଗିନୀ । ଆଉ ସେ ଦୁର୍ଗା, ମା ଲକ୍ଷ୍ମୀ । ସୃଷ୍ଟିଠାରୁ ସଂହାର ଯାଏଁ ନାରୀର ଭୂମିକା ଅତୁଳନୀୟ । ସାହସ ହେଉ କି ଶକ୍ତି ଓ ପ୍ରତିଶ୍ରୁତିର ଆଶା ବି ଜଣେ ନାରୀଙ୍କଠାରୁ ହିଁ କରାଯାଇଥାଏ । ସାରା ବିଶ୍ୱ ଆଜି ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ । ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ଦେଶ ବିଦେଶରେ ବିଭିନ୍ନ ଶୈଳୀରେ ପାଳନ କରାଯାଉଛି । ମହିଳାଙ୍କୁ ସମ୍ମାନ କରି କିଛି ସଂସ୍ଥା ପକ୍ଷରୁ ଅଭିନବ ଉପାୟକୁ ଗ୍ରହଣ କରାଯାଇଛି । ଏହି କ୍ରମରେ ‘ଇଣ୍ଡିଆନ ଏୟାରଲାଇନ୍ସ’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସକୁ ଆକର୍ଷଣୀୟ କରାଯାଇଛି । କମ୍ପାନୀ ପକ୍ଷରୁ ୧୨ଟି ଅନ୍ତର୍ଜାତୀୟ ଓ ୪୦ରୁ ଅଧିକ ଦେଶୀ ଉଡ଼ାଣରେ କେବଳ ମହିଳା ସେବା ଯୋଗାଉଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏୟାର ଇଣ୍ଡିଆ ବି୭୮୭ ଡ୍ରିମଲାଇନର ଏବଂ ବି୭୭୭ ଏୟାରକ୍ରାଫ୍ଟ ୧୨ଟି ଅନ୍ତର୍ଜାତୀୟ ମଧ୍ୟମ ଏବଂ ଦୀର୍ଘ ଉଡାଣ କରିବ । ଏହି ବିମାନ ଗୁଡ଼ିକରେ ପାଇଲଟ ସମେତ କେବଳ ମହିଳା କର୍ମଚାରୀ ରହିବେ । ସେହିପରି ୪୦ରୁ ଅଧିକ ଦେଶୀ ଉଡାଣ ଗୁଡ଼ିକ ମଧ୍ୟ ମହିଳା କର୍ମଚାରୀଙ୍କ ଦ୍ୱାରା ଆଜି ପରିଚାଳିତ ହେବ । ଏଭଳି ସେବା ଯୋଗାଉଥିବାରୁ ଏୟାର ଇଣ୍ଡିଆ ନିଜକୁ ଗର୍ବ କରୁଛି । ଏୟାର ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅଶ୍ୱନୀ ଲୋହାନୀ ‘ନାରୀ ଶକ୍ତି’କୁ ଅଭିନନ୍ଦନ ଜଣାଇଛନ୍ତି ।

ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ଉଡାଣ ଗୁଡ଼ିକରେ କେବଳ ମହିଳା କର୍ମଚାରୀ ରହିବେ । ଏହି ବିମାନ ଗୁଡ଼ିକ ଦିଲ୍ଲୀରୁ ସିଡିନୀ, ମୁମ୍ବାଇରୁ ଲଣ୍ଡନ, ଦିଲ୍ଲୀରୁ ରୋମ, ଦିଲ୍ଲୀରୁ ଲଣ୍ଡନ, ମୁମ୍ବାଇ-ଦିଲ୍ଲୀ-ସାଂଘାଇ, ଦିଲ୍ଲୀ-ପ୍ୟାରିସ, ମୁମ୍ବାଇ-ନ୍ୟୁୟର୍କ, ଦିଲ୍ଲୀରୁ ନ୍ୟୁୟର୍କ, ଦିଲ୍ଲୀରୁ ୱାସିଂଟନ, ଦିଲ୍ଲୀରୁ ଚିକାଗୋ ଏବଂ ଦିଲ୍ଲୀରୁ ସାନଫ୍ରାନସିକୋ ଉଡିବ ।

LEAVE A REPLY

Please enter your comment!
Please enter your name here