ଗାଡିରେ ନାଲିବତୀ ଜଳାଇ ନିଜକୁ ପୋଲିସ ପରିଚୟ ଦେଇ ଫସିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ବାଲେଶ୍ୱର ଖନ୍ତାପଡା ଥାନା ଶେରଗଡ ଟୋଲଗେଟରେ ନାଲିବତୀ ଗାଡିରେ ଯାଉଥିବା ନକଲି ପୋଲିସିକୁ ଗିରଫ କରିଛି ଖନ୍ତାପଡା ପୋଲିସ । ସୂଚନା ଅନୁସାରେ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ଏକ ସ୍କୋର୍ପିଓ ଗାଡି । ଯେଉଁ ଗାଡିରେ ଉପରେ ନାଲିବତୀ ଲାଗିଥିଲା । ଗାଡିରେ ଥିଲେ ଦୁଇଜଣ ଯୁବକ । ସେରଗଡ ଟୋଲ ଗେଟ୍‌ର ୧ ନମ୍ବର ଗେଟରେ ରୋଡ ବେରିକେଟ୍ ରେ ଧକ୍କା ହୋଇଥିଲା ଏହି ଗାଡି । ଏବଂ ସେଠାରେ ଥିବା ଟୋଲଗେଟ୍ କର୍ମଚାରୀ ପଚାରିବାରୁ ଦୁଇ ଦୁର୍ଦ୍ଦାନ୍ତ ନିଜକୁ ଏସ୍ ଟି ଏଫ୍ ପରିଚୟ ଦେଇଥିଲେ । ଟୋଲଗେଟ କର୍ମଚାରୀ ପରିଚୟ ପତ୍ର ମାଗିବାରୁ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବର ପାଇ ଖନ୍ତାପଡା ଥାନାଧିକାରୀ ପରେଶ କୁମାର ରାଉତ ଘଟଣା ସ୍ଳଳରେ ପହଁଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ କଲାବେଳେ ଗାଡିରୁ ବାହାରିଥିଲା ବନ୍ଧୁକ । ଏବେ ସେମାନେ ନକଲି ପୋଲିସ ବୋଲି ଧରାପଡିଥିଲେ । ଏହି ଦୁର୍ଦ୍ଦାନ୍ତ ଦୁଇ ଯୁବକଙ୍କ ସହିତ ଧସ୍ତାଧସ୍ତି ବେଳେ ଶେରଗଡ ଫାଣ୍ଡି ଅଧିକାରୀ କ୍ରୀଷ୍ଣା ପିଙ୍ଗୁଆ ସାମାନ୍ୟ ଆହାତ ହୋଇଥିବା ଜଣାଯାଇଛି । ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ,ଖନ୍ତାପଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here