ରାଜ୍ୟର ୩୦ ଜିଲ୍ଲାରୁ ଆଜି ୨୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୭୩ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୫୫୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୧୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୦,୬୧୦ ଏବଂ ସୁସ୍ଥ ହେଲେଣି ୨.୦୬, ୪୦୦ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୨୧୪, ନୂଆପଡା-୧୫୯, କେନ୍ଦ୍ରାପଡା-୧୫୧, ଅନୁଗୁଳ-୧୨୬, ପୁରୀ-୧୨୪, ମୟୂରଭଞ୍ଜ-୧୦୦, ଭଦ୍ରକ-୯୭, ବଲାଙ୍ଗିର-୯୩, ସୁନ୍ଦରଗଡ ଓ ଯାଜପୁରରୁ ୮୮ ଲେଖାଏଁ , ଷ୍ଟେଟ ପୁଲ-୮୬, ସମ୍ବଲପୁର-୭୩,ନବରଙ୍ଗପୁର-୭୨, ବାଲେଶ୍ୱର-୭୦, ସୁବର୍ଣ୍ଣପୁର-୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ , ଜଗତସିଂହପୁର, ଝାରସୁଗୁଡାରୁ ୬୮ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୧୬ ଜଣଙ୍କ ଜୀବନ ଯାଇଛି । ବାଲେଶ୍ୱରରୁ ସର୍ବାଧିକ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧାରୁ ୩ ଏବଂ କଟକରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here