ଭାରତ-ରୁଷିଆ ମଧ୍ୟରେ ଏସ-୪୦୦ କ୍ଷେପଣାସ୍ତ୍ର ଚୁକ୍ତି ଶୁକ୍ରବାର ସ୍ୱାକ୍ଷରିତ ହୋଇଛି । ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁତିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସ୍ୱାକ୍ଷର କରିଛନ୍ତି । ଏହି ୩୭ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ନେଇ ଅନ୍ତର୍ଜାତୀୟ ସବୁଦାୟ ଭାରତ ଉପରେ ତୀକ୍ଷ୍ନ ନଜର ରଖିଥିଲେ । ଏହି କ୍ଷେପଣାସ୍ତ୍ର ୪ଶହ କିଲୋମିଟର ଦୂରରୂ ଶତ୍ରୁପକ୍ଷଙ୍କ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାକୁ ସକ୍ଷମ ହେବ । ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଆରମ୍ଭ ହୋଇଥିଲା ୧୯ତମ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ଆଲୋଚନା ଆରମ୍ଭ ହୋଇଥିବାବେଳେ ପ୍ରାୟ ୨୦ଟି ରାଜିନାମା ସ୍ୱାକ୍ଷରିତ ହେବା କୁହାଯାଉଛି । ତେବେ ଫୋକସ ଏସ-୪୦୦ ଆଣ୍ଟି ମିସାଇଲ ସିଷ୍ଟମ ଡିଲ ଉପରେ ରହିଥିଲା । ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ପୁଟିନ । ଆଉ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ସୁଚନା ଅନୁସାରେ ଏସ-୪୦୦ ଆଣ୍ଟି ମିସାଇଲ ସିଷ୍ଟମ ପ୍ରସ୍ତାବ ଉପରେ ଚୂଡାନ୍ତ ମୋହର ବାଜିବା ପରେ ଭାରତ ୨୪ ମାସ ମଧ୍ୟରେ ଏହି ବ୍ୟବସ୍ଥା ହାସଲ କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଗୁରୁବାର ସଂନ୍ଧ୍ୟାରେ  ଭାରତରେ ପହଁଞ୍ଚିଥିଲେ । ଦିଲ୍ଲୀ ବିମାନବନ୍ଦରରେ ପହଁଞ୍ଚିବା ପରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିବାସକୁ ଯାଇ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ପୁତିନ । ସ୍ୱାଗତ ପୂର୍ବରୁ ମୋଦୀ ରୁଷିଆ ଭାଷାରେ ଟୁଇଟ କରି ପୁତିନଙ୍କୁ ସ୍ୱାଗତ କରିଥିଲେ । ପୁତିନଙ୍କ ଗସ୍ତ ନେଇ ଆମେରିକା ପ୍ରତିକ୍ରିୟା ପ୍ରକାଶ କରିଛି । କାରଣ ରୁଷିଆ ଜରିଆରେ ଭାରତକୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ମିଳିବାର ଆଶା ଦେଖାଯାଇଛି । ସେହିଭଳି ଏସ-୪୦୦ ମିସାଇଲ ପ୍ରତିରକ୍ଷା ନେଇ ପାକିସ୍ତାନ ମଧ୍ୟ ନଜର ରଖିଛି ।

LEAVE A REPLY

Please enter your comment!
Please enter your name here