କରୋନାର ନୂଆ ଭାରିଆଣ୍ଟକୁ ନେଇ ଏବେ ବିଶ୍ୱବାସୀ ଚିନ୍ତାରେ । ବାହାରୁ ଆସୁଥିବା ଯାତ୍ରୀଙ୍କର ଏୟାରପୋର୍ଟରେ ଟେଷ୍ଟିଂ କରାଯାଉଛି । ଏହାରି ଭିତରେ ଦିଲ୍ଲୀ ଏୟାରପୋର୍ଟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଦିନ ଭିତରେ ୫ କରୋନା ପଜିଟିଭ୍ ଚିହ୍ନଟ ହେଲେଣି । ଲଣ୍ଡନ ଏବଂ ଏମ୍ସଟେର୍ଡମରୁ ଫ୍ଲାଇଟରେ ଦିଲ୍ଲୀ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୪ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ଆରଟିପିସିଆର ଟେଷ୍ଟିଂରୁ ପଜିଟିଭ୍ ବାହାରିଥିବା ସୂଚନା ରହିଛି । ଏବଂ ସେମାନଙ୍କ ସାମ୍ପଲକୁ ଜିନୋମ ସ୍ୱିକେସିଂ ପାଇଁ ପଠାଯାଇଛି । ଏହି ରିପୋର୍ଟ ତିନି ଦିନ ପରେ ଆସିବ । ଆରଟିପିସିଆର ଟେଷ୍ଟିଂରୁ ପଜିଟିଭ୍ ଚିହ୍ନଟ ପରେ ୪ ଯାତ୍ରୀଙ୍କୁ ଏଲଏନଜେପି ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପ୍ରତିଦିନ ୨୦୦୦ ଟେଷ୍ଟିଂ କରାଯାଉଛି ।

LEAVE A REPLY

Please enter your comment!
Please enter your name here