ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ. ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଏହି ଉଚ୍ଚ କୋଟିର ସମ୍ମାନ ପ୍ରଦାନ କରିଛନ୍ତି. ତେବେ ଏହା ଭିତରେ ଓଡିଶାର ତିନିଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି. ସମାଜସେବା ପାଇଁ କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି. ପାହାଡ କାଟି କ୍ଷେତକୁ ପାଣି ଯୋଗାଇବାରେ ସଫଳ ହୋଇଥିଲେ ଦୈତାରୀ. ଯେଉଁଥିପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି. ଅନ୍ୟପଟେ କୃଷି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କୋରାପୁଟର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି. ସେହିଭଳି ସମାଜସେବା ପାଇଁ ଡି. ପ୍ରକାଶ ରାଓଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି.

LEAVE A REPLY

Please enter your comment!
Please enter your name here