ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବାପରେ ପରେ ରାଜଭବନରେ ରାତ୍ରି ଯାପନ କରିବେ । ୩ ତାରିଖରେ ବାଲେଶ୍ୱର ଗସ୍ତ କରିବେ, ସେଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଓ ୪ ତାରିଖରେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବେ । ଏହା ପରେ ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗା ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଷ୍ଟ୍ରପତି ପୁଣି ଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଛତିଶଗଡ଼ ଅଭିମୁଖେ ଯାତ୍ରା କରିବାର ସୂଚନା ରହିଛି । ଏହା ପୂର୍ବରୁ ଗତ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିବସରେ ଓଡ଼ିଶା ଆସିଥିଲେ ଓ ରାଷ୍ଟ୍ରପତି ଗୃହକୁ ସମ୍ବୋଧନ କରିଥିଲେ ।

LEAVE A REPLY

Please enter your comment!
Please enter your name here