କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡଦୁଆ ଘାଟିରେ ନିକଟରେ ବଡ ଧରଣର ଦୁର୍ଘଟଣା. ସୂଚନା ଅନୁସାରେ, ଏକ ମିନିଟ୍ରକ ଓଲଟି 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି. ମିନିଟ୍ରକରେ ପ୍ରାୟ 40-50 ଜଣ ଲୋକ ଯାଉଥିଲେ. ଦାରିଙ୍ଗିବାଡିରୁ ବ୍ରାହ୍ମଣୀ ଗାଁକୁ ଯାଉଥିଲା ମିନି ଟ୍ରକ୍. ମାତ୍ର ବାହ୍ମଣୀ ଗାଁ ନିକଟରେ ଗାଡିକୁ ନିୟନ୍ତ୍ରଣ କରି ନପାରି ଭାରସାମ୍ୟ ହରାଇ ଦେଇଥିଲେ. ଯାହାଫଳରେ ଟ୍ରକଟି ଘାଟି ତଳକୁ ଓଲଟି ପଡିଥିଲା. ସମସ୍ତ ଗୁରୁତରଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି. ଏପରି ଏକ ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି.

LEAVE A REPLY

Please enter your comment!
Please enter your name here