ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ ଓଡିଶାର ବରଗଡରେ 12 ଦିନ ରହିଥିଲା । ମାତ୍ର ଟେର୍ ପାଇ ନ ଥିଲା ପୋଲିସ । ବରଗଡରେ ଗୁଡ୍ଡୁ ମୁସଲିମ ରହିଥିବା ଜଣାପଡିବା ପରେ ଉତ୍ତରପ୍ରଦେଶ ଏସଟିଏଫ୍ ବରଗଡରେ ପହଞ୍ଚିଥିଲା । ମାତ୍ର ଡୁଡ୍ଡୁ ମୁସଲିମ ପାଖରେ ୟୁପି ଏସଟିଏଫ ପହଞ୍ଚିବା ପୂର୍ବରୁ ଛୁ ମାରିଥିଲା ସେ । ଓଡିଶାରେ ଗୁଡ୍ଡୁ ମୁସଲିମ ଲୁଚିଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ତଥ୍ୟ ପଦାକୁ ଆସିଥିଲା । ଏପ୍ରିଲ 2 ରୁ 13 ତାରିଖ ଯାଏଁ ଗୁଡ୍ଡୁ ବରଗଡରେ ରହିଥିଲା । ତେବେ ବରଗଡରେ ପୋଲିସକୁ ଗୁଡ୍ଡୁ ମୁସିଲମର ଏକ ବ୍ୟାଗ ମିଳିଥିବା ସୂଚାନ ରହିଛି । ଯେଉଁଥିରେ କିଛି ପୋଷାକପତ୍ର ତାର ମିଳିଛି । ପୋଲିସକୁ ଚକମା ଦେବା ପାଇଁ ସବୁବେଳେ କ୍ଲିନସେଭ୍ ହେଉଥିବା ଗୁଡ୍ଡୁ ଦାଢି ଛାଡିଥିବା କୁହାଯାଉଛି ।
ଉତ୍ତରପ୍ରଦେଶ ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ୍ ହତ୍ୟାକାଣ୍ଡ ସହ ଗୁଡ୍ଡୁ ମୁସଲିମର ଲିଙ୍କ ଥିବା ପୋଲିସ କହିଛି । ବୋମା ତିଆରି କରିବାରେ ମାହିର ସେ । ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସେ ଖାସ୍ ସହଯୋଗୀ ଥିଲା । ୟୁପି ପୋଲିସର ପୋଷ୍ଟ ଓ୍ବାଣ୍ଟେଡ ଗୁଡ୍ଡୁ ମୁସଲିମ ଓଡିଶାର ବରଗଡରେ ଲୁଚିବା ଓଡିଶା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଗୁଇନ୍ଦା ବିଭାକରେ କିଛି ତଥ୍ୟ ରହୁନାହିଁ । ଅନ୍ୟପକ୍ଷରେ ୟୁପି ଏସଟିଏଫ ବରଗଡରେ ପହଞ୍ଚିଥିବା ଖବର ପାଇ ସେ ଛତିଶଗଡ ଆଡେ ପଳାଇଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here