ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ଅରନପୁରରେ ନକ୍ସଲଙ୍କ ବଡ ହମଲା । ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ 10 ଜଣ ଡିଆରଜି ଯବାନ ଓ ଗାଡି ଡ୍ରାଇଭର ସହିଦ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୋଲିସ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ହିଁ ଗାଡିରେ ଥିବା ସମସ୍ତ ଯବାନ ଓ ଡ୍ରାଇଭର ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଦନ୍ତେଓ୍ବାଡାର ଅରନପୁର ଅଞ୍ଚଳରେ ନକ୍ସଲମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜିର 10 ଜଣ ଯବାନ ଗୋଟିଏ ଗାଡିରେ ଅପରେସନରେ ବାହାରିଥିଲେ । ସେମାନେ ଜଙ୍ଗଲ ଭିତରେ ଅପରେସନ ସାରି ଅପରାହ୍ନରେ ଫେରୁଥିବା ରାସ୍ତାରେ ନକ୍ସଲମାନେ ଆଇଆଇଡି ବିଛାଇ ରଖିଥିଲେ । ଗାଡିଟି ଆଇଆଇଡି ଉପର ଦେଇ ୟିବାମାତ୍ରେ ବିସ୍ଫୋରଣ ହୋଇଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ପୋଲିସ ଗାଡିଟି କିଛି ଦୂରକୁ ଛିଟିକି ପଡିଥିଲା । ଗାଡିରେ ଥିବା ଦଶଜଣ ଡିଆରଜି ଯବାନ ଓ ଗାଡି ଡ୍ରାଇଭର ପ୍ରାଣ ହରାଇଥିଲେ । ଏହି ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଗଭୀର ଶୋକପ୍ରକାଶ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୋକ ପ୍ରକାଶ କରିବା ସହ ନକ୍ସଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here