ମୁଣ୍ଡ ନେଲା ଜୁଆ ଖେଳ । ମାଲକାନଗିରି ଜିଲ୍ଲା ବାଲିମେଳା ପୋଷ୍ଟ ଅଫିସ କଲୋନୀର ନଦୀ କୂଳରେ ଚାଲିଥିଲା ଜୁଆ ଖେଳ । ଜୁଆଖେଳରେ ନିଶାରେ ମସଗୁଲ ଥିଲେ ଜୁଆଡି । ଜୁଆଖେଳ ଚାଲିଥିବା ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା ବାଲିମେଳା ପୋଲିସ । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଜୁଆଡି । ସେମାନଙ୍କ ମଧ୍ୟରୁ ୪ ଜଣ ଜୁଆଡି ନଦୀକୁ ଡେଇଁ ପଡ଼ିଥିଲେ । ଆଉ ସେମାନଙ୍କ ମଧ୍ୟରୁ ତିନି ଜଣ ବଞ୍ଚି ଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ହେଲେ ବିନୋଦ ଖେମୁରୁ । ତେବେ ବିନୋଦଙ୍କ ମୃତୁ୍ୟ ପାଇଁ ପରିବାର ଲୋକେ ପୋଲିସକୁ ଦାୟୀ କରିଛନ୍ତି । ଉତ୍ତ୍ୟକ୍ତ ଗ୍ରାମବାସୀ ଓ ସମ୍ପର୍କୀୟମାନେ ଅର୍କେଲ ଥାନା ଘେରାଉ କରି କ୍ଷତିପୂରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here