ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାରୁ ୨୨ ଜଣ ପାଇବେ ପୋଲିସ ମେଡାଲ । ଦେଶର ମୋଟ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬ ୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନିତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହାସିକତା ଲାଗି ପୁରସ୍କୃତ କରାଯିବ । ଓଡିଶାରୁ ୨୨ ଜଣଙ୍କ ମଧ୍ୟରୁ ୧୧ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହାସିକତା ଲାଗି ମନୋନିତ କରାଯାଇଛି । ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟରୁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here