ଆସନ୍ତାକାଲିଠୁ 20 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ ସୂଚନା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଓ୍ବାଣିଂ ଜାରି କରାଯାଇଛି । ବର୍ଷା ଓ ଘଡଘଡି ପାଇଁ 11 ଜିଲ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି । ଚାରିଦିନ ଯାଏଁ ବର୍ଷା ଲାଗି ରହିବା ସହ ଆକାଶ ମେଘୁଆ ରହିବ ।

LEAVE A REPLY

Please enter your comment!
Please enter your name here