ଓଡିଶାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିର ଭବାନୀପାଟଣାରେ ଜନ ସମାବେଶକୁ ଉଦବୋଧନ ଦେଇଛନ୍ତି ବିଜେପିର ଏହି ଷ୍ଟାର ପ୍ରଚାରକ.  ଭବାନିପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ଯୋଗୀ ଗତ 19 ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି କହିଛନ୍ତି. ଯୋଗୀ ଆଦିତ୍ୟନାଥ ଭବାନୀପାଟଣାରେ ପହଞ୍ଚି ପ୍ରଥମେ ମା ମାଣିକେଶ୍ବରୀଙ୍କୁ ଦର୍ଶନ କରି ସଭାସ୍ଥଳକୁ ଯାଇଥିଲେ. ପ୍ରଥମେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଯାଇ ସମାବେଶ କରିବା ପରେ ବିଜେପି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଣି ସମାବେଶ କରିଛି.

LEAVE A REPLY

Please enter your comment!
Please enter your name here