କଂଗ୍ରେସର ଆଉ ଏକ ପୋଷ୍ଟର ଗାର୍ଲ ବିଜେପିରେ ସାମିଲ ହୋଇଛନ୍ତି । ପଲ୍ଲବି ସିଂ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ପଲ୍ଲବି କଂଗ୍ରେସର ତୃତୀୟ ବା ଥାର୍ଡ ପୋଷ୍ଟର ଗାର୍ଲ । ଏହାପୂର୍ବରୁ ପ୍ରିୟଙ୍କା ମୋର୍ଯ୍ୟ ଏବଂ ବନ୍ଦନା ସିଂ ହାତ ଛାଡି ଫୁଲ ଧରିଛନ୍ତି । ଏହି ଦୁଇ ପୋଷ୍ଟର ଗାଲଁ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଥିଲେ । ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ଟିକେଟ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ ଡକ୍ଟର ପ୍ରିୟଙ୍କା ମୌର୍ଯ୍ୟ । କଂଗ୍ରେସରେ ଟିକେଟ ପାଇଁ ଲାଞ୍ଚ କାରବାର ଚାଲିଥିବା ସେ କହିଛନ୍ତି । ମୁଁ ଜଣେ ଝିଅ, ଯୁଦ୍ଧ କରିପାରିବି, କିନ୍ତୁ ଟିକେଟ୍ ପାଇପାରିଲି ନାହିଁ । କାରଣ ମୁଁ ଓବିସି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂଙ୍କୁ ଲାଞ୍ଚ ଦେଇପାରିଲି ନାହିଁ । କଂଗ୍ରେସରେ ଜାତିଭେଦ ନୀତି ହେତୁ ବିଧାୟକ ନରେଶ ସାଇନିଙ୍କୁ ଦଳ ଛାଡିବାକୁ ପଡିଥିଲା । କଂଗ୍ରେସ ଦଳରେ ଚାଲିଥିବା ଜାତିଭେଦ ନୀତି ବିରୋଧରେ କହିବାକୁ କାହାର ସାହସ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here