ଏନକାଉଣ୍ଟରରେ ବହୁଚର୍ଚ୍ଚିତ ଗ୍ୟାଙ୍ଗ‌ଷ୍ଟର ବିକାଶ ଦୁବେଙ୍କ ମୃତ୍ୟୁ । ୟୁପି ପୋଲିସ୍ ର ସ୍ପେସିଆଲ ଟାସ୍କ ଫୋର୍ସ ଏନ୍‌କାଉଣ୍ଟର କରିଛି । ଗତ ସପ୍ତାହରେ ପୋଲିସ୍ ସହ ଗୁଳି ବିନିମୟ ବେଳେ ୮ ଜଣ ପୋଲିସ୍‌ଙ୍କୁ ଗୁଳି ମାରି ହତ୍ୟା କରିଥିଲା ବିକାଶ ଦୁବେ । ତେବେ ଏହି ଘଟଣା ପରେ ୟୁପି ପୋଲିସ୍ ବିକାଶ ଦୁବେ କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲା । ଗତକାଲି କାନ୍‌ପୁରୁ ସ୍ଥିତ ଉଜ୍ଜୟୀନୀ ର ମହାକାଳେଶ୍ୱର ମନ୍ଦିରରେ ଦୁବେ ଆତ୍ମସମର୍ପଣ କରିବାପରେ ପୋଲିସ ତାକୁ କଷ୍ଟେଡିକୁ ନେଇ ଜେରା କରିଥିଲା । କାରରେ ଯିବା ସମୟରେ ଦୁବେ କାଶିପ୍ରା ନଇ ପାଖରେ ପୋଲିସ୍ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ କାର୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ କାର୍‌ଟି ଓଲଟି ଯାଇଥିଲା । ତେବେ ଦୁର୍ଘଟଣା ପରେ ବିକାସ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ଏପରିକି ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା । ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନକାଉଣ୍ଟରରେ ବିକାଶ ପ୍ରାଣ ହରାଇଥିବା କୁହାଯାଉଛି ।
ସୂଚନାମୁତାବକ, ଶୁକ୍ରବାର କାନପୁରରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ସେହି ଦିନଠାରୁ ବିକାଶ ଫେରାର ଥିଲା । ବିକାଶଙ୍କୁ ଗିରଫ କରିବା ପାଇଁ କାନପୁର ପୋଲିସ ତାଙ୍କ ନାଁରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।

LEAVE A REPLY

Please enter your comment!
Please enter your name here