ଉତ୍ତରପ୍ରଦେଶର ପ୍ରୟାଗରାଜରେ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା. ହେଲେ ତା ପୂର୍ବରୁ ଘଟିଯାଇଛି ଏକ ବଡ ଧରଣର ଅଘଟଣ. ସୋମବାର ସକାଳ ସମୟରେ ଦିଗମ୍ବର ଆଖଡା ଟେଣ୍ଟରେ ନିଆଁ ଲାଗିଯାଇଥିଲା. ଫଳରେ ଚାହୁଁଚାହୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା. ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ. ତେବେ ଏହି ଘଟଣାରେ କାହାକ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି. ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି. ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହଠାତ୍ ଦିଗମ୍ବର ଆଖଡା ଟେଣ୍ଟ ହାଉସରୁ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା. ଆଉ ସଙ୍ଗେସଙ୍ଗେ ତାହା ପାଖ ଟେଣ୍ଟକୁ ମଧ୍ୟ ବ୍ୟାପିଯାଇଥିଲା. ପରେ ଅଗ୍ନିଶମ ବାହିନୀକୁ ଏ ବିଷୟରେ ଖବର ଦିଆଯାଇଥିଲା.