ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା କଂଗ୍ରେସ. ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ସଂସ୍ଥାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ. ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏ ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀଙ୍କ ବିରୋଧରେ ଖୁଲାସା କରିଛନ୍ତି. ଏହି ଘଟଣାରେ ନିଜକୁ ସଚ୍ଚୋଟ ବୋଲାଉଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଭଳି କାରନାମା କରିଥିଲେ ମଧ୍ୟ ସରକାର କାହିଁକି ଚୁପ୍ ଅଛନ୍ତି ତାହା ପ୍ରଶ୍ନ କରିଛି କଂଗ୍ରେସ. ଏହାସହ ଯଥାଶୀଘ୍ର ଏ ସଂକ୍ରାନ୍ତରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି କଂଗ୍ରେସ.

LEAVE A REPLY

Please enter your comment!
Please enter your name here