କଂଗ୍ରେସ ଛାଡିଲେ ଭିମସାରର ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱନୀ ପୂଜାହାରୀ । ନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ଡାକ୍ତର ପୂଜାହାରୀ କଂଗ୍ରେସର ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିଲେ ଅଶ୍ୱିନୀ । ହାରିବା ପଛର ରହସ୍ୟ କଣ ଏବଂ କେଉଁ କାରଣ ପାଇଁ ପରାଜୟ ହେଲା ସେଥିପାଇଁ ଗତ ୨୬ ତାରିଖରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ କଂଗ୍ରେସର କର୍ମୀମାନେ ଡାକ୍ତର ପୂଜାହାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଯାଇଥିଲା ଏବଂ ଡାକ୍ତର ପୂଜାହାରୀଙ୍କ ସମର୍ଥକଙ୍କୁ କେତେକ କର୍ମୀ ମାଡ ମଧ୍ୟ ମାରିଥିବାର ଅଭିଯୋଗ ଆସିଥିଲା । ଡାକ୍ତର ପୂଜାହାରୀ ଜିଲ୍ଲା ସଭାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଏବଂ ଉଲ୍ଲେଖ କରିଛନ୍ତି ଯେ ଯେଉଁ ଦଳରେ ସମ୍ମାନ ନାହିଁ ଏବଂ ତାଙ୍କୁ ଅପମାନିତ କରାଯାଇଛି ସେଠାରେ ସେ ରହିବାକୁ ଚାହୁଁ ନାହାନ୍ତି ।

LEAVE A REPLY

Please enter your comment!
Please enter your name here