କଟକର ଦଶହରା ଭସାଣୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ, ଏବେ ମୋଟ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି। ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ଗିରଫ ସଂଖ୍ୟା ଆଉ ବଢିପାରେ। କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍ ନଂ ଜାରି କରାଯାଇଛି (୭୩୨୮୦୭୭୩୨୪/୮୪୮୦୫୧୩୦୦୭) । ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନଂରେ ଜଣାଇବାକୁ କୁହାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ହତିପୋଖରି ଅଞ୍ଚଳରେ ପୋଲିସ ଘରେ ଘରେ ପଶି ଯାଞ୍ଚ କରୁଛି। କିଛି ମସଜିଦ ପାଖ ଅଞ୍ଚଳ ମଧ୍ୟ ଯାଞ୍ଚ ହୋଇଛି।













