ସହରମାନଙ୍କରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପ୍ରଥମେ ଇଲେକ୍ଟ୍ରିକ୍ ଦ୍ୱାରା ସ୍କୁଟି ଏବଂ କିଛି ଅଟୋ ମଧ୍ୟ ସିଏନ୍ ଜି ଗ୍ୟାସ ଦ୍ୱାରା ଚଲାଯାଉଥିଲା । ଏବେ ସରକାର ଏକ ନୂଆ ପଦକ୍ଷେପ ଆପଣେଇଛନ୍ତି । ରାଜ୍ୟର ପ୍ରମୁଖ ସହର କଟକ,ଭୁବନେଶ୍ୱର ଏବଂ ପୁରୀରେ ଇଲେକ୍ଟ୍ରିକ୍ ବସ ଚଳାଇବା ପାଇଁ ନିସ୍ପତି ନିଆଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ କହିଛନ୍ତି ‘ରାଜ୍ୟରେ ତିନୋଟି ସହରରେ ଖୁବ୍ ଶୀଘ୍ର ଇଲେକ୍ଟ୍ରିକ୍ ବସ ଚାଲିବ । ଏହା ଦ୍ୱାରା କିଛି ପରିମାଣରେ ବାୟୂ ପ୍ରଦୂଷଣ ରୋକାଯାଇ ପାରିବ । ଏହି ତିନୋଟି ସହର ମଧ୍ୟରେ ବସ ପ୍ରାୟ ୧୦୦ କିଲୋମିଟର ଚାଲିବ । ତେବେ ଏହି ସମ୍ପର୍କରେ ଖୁବ୍ ଶୀଘ୍ର ଏକ ଆଲୋଚନା କରାଯିବ ଏବଂ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ତାରେ ସାମିଲ ହେବାକୁ ବିଭିନ୍ନ ସଂଗଠନରୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here