ଚଳିତ ବିଶ୍ୱକପରେ ପ୍ରଥମଥର ଲାଗି କମଳା ଜର୍ସିରେ ନଜର ଆସିବେ ବିରାଟ ବାହିନୀ । ରବିବାର ଅର୍ଥାତ୍ ଜୁନ ୩୦ ତାରିଖରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆ କମଳା ଜର୍ସିରେ ଖେଳିବ । ଏହା ପୂର୍ବରୁ ବିସିସିଆଇ ଆଜି ନୂତନ ଜର୍ସିର ଅଫିସିଆଲ ଲଞ୍ଚ କରିଛି । ବିସିସିଆଇର ଅଫିସିଆଲ କିଟ୍ ପ୍ରାୟୋଜକ ନାଇକ ପକ୍ଷରୁ ଏହି ନୂତନ ଜର୍ସି ପ୍ରସ୍ତୁତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବିଶ୍ୱକପରେ ପ୍ରତିଟି ଟିମ୍ ଦୁଇଟି ଜର୍ସି ବ୍ୟବହାର ପାଇଁ ଆଇସିସି ନିଷ୍ପତି ନେଇଥିଲା । କେବଳ ଆୟୋଜକ ଇଂଲଣ୍ଡ ଗୋଟିଏ ଜର୍ସିରେ ନଜର ଆସିବ । ଇଂଲଣ୍ଡ କ୍ରିକେଟ ଟିମ୍ ଚଳିତ ବିଶ୍ୱକପରେ ନୀଳ ରଙ୍ଗର ଜର୍ସିରେ ଖେଳୁଥିବାରୁ ଭାରତ ବିପକ୍ଷ ମ୍ୟାଚ୍ ଉଭୟ ଟିମ୍ ର ଜର୍ସି ଏକ ରଙ୍ଗର ହୋଇଯିବ । ଏଣୁ ଆଇସିସିର ନିୟମ ଅନୁଯାଇ ଏହି ମ୍ୟାଚରେ ମେନ୍ ଇନ୍ ବ୍ଲୁ କମଳା ରଙ୍ଗର ଜର୍ସିରେ ନଜର ଆସିବେ ଟିମ୍ ଇଣ୍ଡିଆ । ଏହି ନୂଆ ଜର୍ସିରେ ସମ୍ମୁଖ ଅଶଂ ନୀଳ ରଙ୍ଗର ହୋଇ ଥିବା ବେଳେ ପଛ ଭାଗ କମଳା ରଙ୍ଗ ରହିଛି ।

LEAVE A REPLY

Please enter your comment!
Please enter your name here