ମରିଯାଇନି ମଣିଷପଣିଆ । ବଞ୍ଚଛି ମାନବିକତା । ଆମ୍ବୁଲାନ୍ସ ନଆସିବାରୁ ବାଲେଶ୍ୱରର ଜଣେ ବୃଦ୍ଧାଙ୍କୁ ବୋହିନେଇ ଅଟୋ ଚାଳକ ସତ୍ୟଜିତ ମହାଳିକ ବେଶ୍ ପ୍ରଶଂସିତ ହୋଇଛନ୍ତି । ବୃଦ୍ଧା ସବିତା ସାହୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ସ୍ୱେଚ୍ଛାସେବୀ ସତ୍ୟଜିତ ମହାଳିକ ତାଙ୍କୁ ବୋହିନେଇ ମନ୍ଦିର ଛକ ଯାଏ ଯାଇଥିଲେ । ସେଠାରେ ସ୍ଥାନୀୟ ଯୁବକମାନେ ଚାନ୍ଦା କରି ଏକ ଅଟୋ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ବୃଦ୍ଧାଙ୍କୁ ପଠାଇଥିଲେ । ବୃଦ୍ଧା ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here