ହକି ବିଶ୍ବକପରେ ଆଜି ଭାରତ ପାଇଁ କର ଅବା ମର ପରିସ୍ଥିତି । ପୂର୍ବରୁ ତିନୋଟି ମ୍ୟାଚ ଖେଳି ଭାରତ ଅପରାଜୟ ରହିଥିବା ବେଳେ ଆଜି ମ୍ୟାଚର ଫଳାଫଳ ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ନେବ । ଆଜି ମ୍ୟାଚରେ ଭାରତ ଜିତିଲେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବ । ତେଣୁ ଆଜିର ମ୍ୟାଚକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି । ଘରୋଇ ପରିବେଶ ଭାରତ ପାଇଁ ସହାୟକ ହୋଇଥିବା ବେଳେ ମ୍ୟାଚ ଜିତିବା ପାଇଁ ନ୍ୟୁଜିଲାଣ୍ଡ ବି ଆଜି ଦମ୍ ଲଗାଇଦେବ ।

ଏବେ ପୁଲ୍ ଡି ରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ପୂର୍ବରୁ ଭାରତ ତିନୋଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଜୟ ରେକର୍ଡ ରହିଛି । ମାତ୍ର ଯଦି ଭାରତ ଆଜିର ମ୍ୟାଚ ହାରେ, ତେବେ ବିଦା ହେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here