ଡ୍ୟାନ୍ସରେ କରିସ୍ମା ଦେଖାଇଛନ୍ତି ଆଉ ଜଣେ ଓଡିଆ ତରୁଣୀ । ସେ ହେଲେ ପଦ୍ମିନୀ ପଟ୍ଟନାୟକ । ଏକମାତ୍ର ଓଡିଆ ଝିଅଭାବେ ରାଜ୍ୟ ପାଇଁ ପଦ୍ମିନୀ ଆଣିଛନ୍ତି ଗର୍ବ ଓ ଗୌରବ । କଲର୍ସ ଚାନେଲ୍ ରେ ପ୍ରସାରିତ ଡ୍ୟାନ୍ସ ଦିୱାନେ ସିଜିନ୍ ୨ରେ ଓଡିଆ ଝିଅ ପଦ୍ମିନୀ ଧମାକା ମଚେଇଛନ୍ତି । ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେଉଥିବା ଡ୍ୟାନ୍ସ ଦିୱାନେ ସିଜିନ ୨ ସୋ ରେ ପଦ୍ମିନୀ ପଟ୍ଟନାୟକ ଦର୍ଶକଙ୍କ ସହ ବିଚାରକଙ୍କ ମନ ଜିତି ପାରିଛନ୍ତି । ବର୍ତମାନ ପଦ୍ମିନୀ ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୨୪ ମଧ୍ୟରେ ନିଜ ସ୍ଥାନ ଜମେଇ ସାରିଛନ୍ତି । ଭୁବନେଶ୍ୱରର ୨ ଟି ଅଡିସନ ଦେବା ପରେ ସେ କୋଲକତାରେ ୪ଟି ଅଡିସନ ଦେଇ ବିଚାରକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଏହା ପୂର୍ବରୁ ପଦ୍ମିନୀ ସୋନି ଟିଭିରେ ପ୍ରସାରିତ ‘ଏଣ୍ଟରଟେନ୍ମେଣ୍ଟ୍ କେ ଲିଏ କୁଛଭି କରେଗା’ ରେ ସଫଳ ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚି ପାରିଥିଲେ । ଏବଂ ଷ୍ଟାର ପ୍ଲସରେ ପ୍ରସାରିତ ଇଣ୍ଡିଆନ୍ ଡ୍ୟାନ୍ସିଙ୍ଗ ସୁପର ଷ୍ଟାରର ରନର୍ସ ଅପ୍ ମଧ୍ୟ ହୋଇଥିଲେ । ଏଥିସହ ଓଡିଶାରେ ମଧ୍ୟ ବିଭିନ୍ନ ଚାନେଲରେ ପ୍ରସାରିତ ଡ୍ୟାନ୍ସିଙ୍ଗ ସୋ ରେ ତାଙ୍କ ନୃତ୍ୟର ଯାଦୁ ଦେଖାଇ ସମସ୍ତଙ୍କ ମନ ଜିଣିଥିଲେ ।

LEAVE A REPLY

Please enter your comment!
Please enter your name here